ଚାକିରି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର- ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ସର୍ବେଶ୍ୱର ରାଓଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି । ଠକେଇରେ ସର୍ବେଶ୍ୱରଙ୍କ ସଂପୃକ୍ତିର ପ୍ରମାଣ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ଦୁଇ ଦିନ ଧରି ତାଙ୍କୁ ଜେରା ଚାଲିଥିଲା ।

ସର୍ବେଶ୍ୱର ରାଓ ହେଉଛନ୍ତି ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ । ଆକାଶ ପାଠକଙ୍କ ପିଏ ଡେଭିଡ ପିଟର ସର୍ବେଶ୍ୱରଙ୍କ ନାଁ ଜେରା ବେଳେ ନେଇଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ କାର୍ଯ୍ୟକ୍ରମରେ ସର୍ବେଶ୍ୱର ରାଓଙ୍କୁ ଦେଖିବାକୁ ମିଳୁଥିଲା ।

Comments are closed.