ଉତ୍ତରପ୍ରଦେଶରେ ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ୍ ୩୦ରୁ ଲାଗୁ ହୋଇଥିବା ଲକଡାଉନ୍ ତଥା କରୋନା କର୍ଫ୍ୟୁକୁ ଆସନ୍ତା ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସୂଚନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ କହିଛନ୍ତି ଯେ ରାଜ୍ୟରେ ଲାଗୁ ହେଉଥିବା କରୋନା କର୍ଫ୍ୟୁ ବର୍ତ୍ତମାନ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । “ସେ କହିଛନ୍ତି ଯେ ବଢୁଥିବା କରୋନା ମାମଲା ଉପରେ ପ୍ରଭାବୀ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନ ବନ୍ଦ ରହିବ। ଉଲ୍ଲେଖନୀୟ ଯେ, ଏପ୍ରିଲ୍ 30 ରୁ ରାଜ୍ୟରେ କର୍ଫ୍ୟୁ ଲାଗୁ ହୋଇଥିଲା ।ପ୍ରଥମେ ଏହାମେ ୩ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା, କିନ୍ତୁ ପରେ ଏହାର ଅବଧି ମେ ୬କୁ ବୃଦ୍ଧି କରାଯାଇଥିଲା। ଏହା ପରେ ଏହା ମେ ୧୦କୁ ବୃଦ୍ଧି କରାଯାଇଥିଲା, ଯାହା ବର୍ତ୍ତମାନ ମେ ୧୭ ଯାଏଁ ବୃଦ୍ଧି କରାଯାଇଛି।

Comments are closed.