ଏଥର ବିନା ଅତିଥିରେ ପାଳନ ହେବ ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ – ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ କୌଣସି ବିଦେଶ ଅତିଥିଙ୍କୁ ନିମନ୍ତ୍ରଣ କରିବ ନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜଣେ ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି । କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ଗଣତନ୍ତ୍ର ଦିବସ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭାରତ ନିମନ୍ତ୍ରଣ କରିଥିଲା । ତେବେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ବ୍ରିଟେନରେ ସଂକ୍ରମଣ ହାର ବଢ଼ି ଚାଲିଥିବାରୁ ଜନସନ୍ ଭାରତ ଗସ୍ତ ବାତିଲ କରିଥିଲେ । ଜନସନଙ୍କ ଗସ୍ତ ବାତିଲ ହେବା ପରେ ଭାରତ ଗଣତନ୍ତ୍ର ଦିବସ ପାଇଁ ଆଉ କେଉଁ ରାଷ୍ଟ୍ରମୁଖ୍ୟଙ୍କୁ ବିଦେଶୀ ଅତିଥି ଭାବେ ନିମନ୍ତ୍ରଣ କରିନାହିଁ । ଚତୁର୍ଥ ଥର ପାଇଁ ଭାରତୀୟ ଗଣତନ୍ତ୍ର ଦିବସ ବିନା ଅତିଥୀରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ୧୯୫୨, ୧୯୫୩ ଓ ୧୯୬୬ରେ ବିନା ଅତିଥୀରେ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଥିଲା । ଆଉ ତିନି ଥର ଦୁଇ ଦୁଇଜଣ ମୁଖ୍ୟ ଅତିଥୀ ସହ ମଧ୍ୟ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି । ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଦୁଇଜଣ ମୁଖ୍ୟ ଅତିଥୀ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ ।

Comments are closed.