କୋଭିଡ୍ ଟିକା ନେବା ପାଇଁ ଭାରତକୁ ବିମାନ ପଠାଇଲା ବ୍ରାଜିଲ

ରିଓ ଡି’ଜେନିରୋ – ବ୍ରାଜିଲ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀର ସାମ୍ନା କରୁଛି । ଏହାରି ଭିତରେ ଟିକା ଆଣିବା ପାଇଁ ଭାରତକୁ ଏକ ବିମାନ ପଠାଇଛି ବ୍ରାଜିଲ । ବ୍ରାଜିଲକୁ ଟିକା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଜେୟର ବୋଲସୋନାରୋ କିଛି ଦିନ ତଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ବିଶ୍ୱର ବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ‘କୋଭିସିଲ୍ଡ’ ଟିକାର ପ୍ରାୟ ୨ ମିଲିୟନ୍ ଡୋଜ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରୀ ଏଡୁରାଡୋ ପାଜୁଏଲୋ କହିଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକା ପ୍ରସ୍ତୁତ କରୁଛି । ଟିକା ଆଣିବାକୁ ଶୁକ୍ରବାର ସନ୍ଧ୍ୟାରୁ ବ୍ରାଜିଲ ଏୟାରଲାଇନ୍ସ ଆଜୁଲ ଏସ୍‌ଏର ଏକ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଏହି ବିମାନ ଟିକା ନେଇ କେବେ ବ୍ରାଜିଲ ଫେରିବା ସେ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ । ବ୍ରାଜିଲରେ କରୋନା ସଂକ୍ରମଣ ହାର ବଢ଼ି ଚାଲିଥିବା ବେଳେ ଟିକାକରଣ ଖୁବଶୀଘ୍ର ଆରମ୍ଭ କରିବାକୁ ବ୍ରାଜିଲ ସରକାରଙ୍କ ଉପରେ ଚାପ ପଡିଛି । ବ୍ରାଜିଲର ପଡ଼ୋଶୀ ଦେଶ ଆର୍ଜେଣ୍ଟିନା ଓ ମେକ୍ସିକୋରେ ଟିକାକରଣ ଆରମ୍ଭ ହୋଇସାରିଛି ।

Comments are closed.