ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ୨୩ରେ ବିଧିବଦ୍ଧ ବିଜ୍ଞପ୍ତି

ନୂଆଦିଲ୍ଲୀ – ଆସନ୍ତାମାସ ୧୭ ତାରିଖରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ମାର୍ଚ୍ଚ ୨୩ ତାରିଖରେ ଏ ନେଇ ବିିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଉପନିର୍ବାଚନ ଲାହି ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରଖାଯାଇଛି । ପ୍ରାର୍ଥୀପତ୍ରଗୁଡିକର ଯାଂଚ ଚଳିତ ମାସ ୩୧ ତାରିଖରେ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଏପ୍ରିଲ ୩ । ମେ ୨ ତାରିଖରେ ଭୋଟ ଗଣତି ହେବ ।
ଗତବର୍ଷ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡିଥିଲା ।

Comments are closed.