ଏସଆରସିଙ୍କ ମହାଶିବରାତ୍ରୀ କଟକଣା : ମନ୍ଦିର ଭିତରେ ଓ ବାହାରେ ଗହଳି ମନା

ଭୁବନେଶ୍ୱର- ରାଜ୍ୟରେ ମହାଶିବରାତ୍ରୀ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଗହଳି କରିବା ଉପରେ କଟକଣା ଜାରି କରାଯାଇଛି । ମେଳା ବି ଆୟୋଜନ ହୋଇପାରିବ ନାହିଁ । ନିୟମ ଉଲ୍ଲଂଘନ ରଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ଏ ନେଇ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଅବଗତ କରାଯାଇଛି । ସେପଟେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଜାଗର ସହ ସଂପୃକ୍ତ ସେବାୟତ ଓ ଅଧିକାରୀଙ୍କର କୋଭିଡ ଟେଷ୍ଟ ହେବ । ଆଜିଠାରୁ ୩ ଦିନ ଧରି ଚାଲିବ କୋଭିଡ ଟେଷ୍ଟ ।

Comments are closed.