କରୋନା ଅପଡେଟ୍‌: ତିନି ଦିନ ବଢ଼ିବା ପରେ କମିଲା ଦୈନିକ ମାମଲା, ୨୪ ଘଣ୍ଟାରେ ଆଉ ୧୫,୩୮୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – କ୍ରମାଗତ ତିନି ଦିନ ବଢ଼ିବା ପରେ ଦୈନିକ କରୋନା ମାମଲା ସାମାନ୍ୟ କମିଛି । ଗତ ତିନି ଦିନ ଧରି ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଉପରେ ରହିଥିଲା । ହେଲେ ଗତ ୨୪ ଘଣ୍ଟାରେ ଏହା ୧୮ ହଜାର ତଳକୁ ଖସିଛି । ଭାରତରେ ଆଉ ୧୫,୩୮୮ ନୂଆ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଶନିବାର ଏହି ସଂଖ୍ୟା ଥିଲା ୧୮,୩୨୭ । ରବିବାର ଏହା ବଢ଼ି ୧୮, ୭୧୧ ହୋଇଥିଲା । ସୋମବାର ଦୈନିକ ମାମଲା ୧୮,୫୯୯ ଥିଲା ।

ଦେଶରେ ଏବେ ମୋଟ କରୋନ ମାମଲା ୧କୋଟି ୧୨ ଲକ୍ଷ ୪୪, ୭୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକ ସଂଖ୍ୟା ୧ ଲକ୍ଷ ୫୭ ହଜାର ୯୩୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୮୭ ହଜାର ୪୬୨କୁ ବୃଦ୍ଧି ପାଇଛି । ଦେଶରେ ଏଯାବତ ୧କୋଟି ୮ ଲକ୍ଷ ୯୯ ହଜାର ୩୯୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ସମ୍ପ୍ରତି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏବେ ସୁଦ୍ଧା ମୋଟ ୨ କୋଟି ୩୦ ଲକ୍ଷ ୮,୭୩୩ ଲୋକଙ୍କୁ ଟିକା ଦିଆଯାଇଛି ।

Comments are closed.