ଏସସିବି ରୂପାନ୍ତରଣ ପ୍ରକ୍ରିୟା, ପୁରାତନ ଛାତ୍ରଙ୍କ ନିଆଯିବ ସହ ଯୋଗ, ଦୁଇଟି ୱେବସାଇଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଉଛି । ୫-ଟି ବିଭାଗ ଅଧିନରେ ଏସସିବି ମେଡିକାଲ କଲେଜ ଓ ହସପିଟାଲର ରୂପାନ୍ତରଣ ଆରମ୍ଭ ହୋଇଛି । ଏହି ରୂପାନ୍ତରଣ ପ୍ରକ୍ରିୟାରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଭୂମିକା ଯେଭଳି ରହିବ, ସେ ନେଇ ଦୁଇଟି ୱେବସାଇଟ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଏହାର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସସିବିକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏସସିବି ଗରିବ ଲୋକଙ୍କ ଭରସାଯୋଗ୍ୟ ଅନୁଷ୍ଠାନ । ମାନବ ସେବା ଅନୁଷ୍ଠାନକୁ ପବିତ୍ର ଅନୁଷ୍ଠାନର ପରିଚୟ ଦେଇଛି ।

Comments are closed.