ଓଡିଶାରୁ ଏ ଯାଏଁ ୮୭୬ ମେଟ୍ରିକ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଯୋଗାଯାଇଛି

ଭୁବନେଶ୍ୱର- କୋଭିଡ ସଂକଟର ସାମନା କରିବାକୁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛି ଓଡିଶା । ରାଜ୍ୟରୁ ଏ ଯାଏଁ ୮୭୬ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଯୋଗାଣ ହୋଇସାରିଛି । ୪୯ଟି ଟ୍ୟାଙ୍କର ଯୋଗେ ବାହାର ରାଜ୍ୟକୁ ଯୋଗାଣ ହେଉଛି ଅକ୍ସିଜେନ୍ । ରାଉରକେଲା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରୁ ଅକ୍ସିଜେନ ଯୋଗାଣ ହେଉଛି । ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥା ଗୁଡିକରୁ ଅଭାବ ଥିବା ରାଜ୍ୟକୁ ପଠାଯାଉଛି ଅକ୍ସିଜେନ୍ । ଅକ୍ସିଜେନ ପଠାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟ ସରକାର କୃତଜ୍ଞତା ଜଣାଇଥିବା ବେଳେ ଜାତୀୟ ଗଣମାଧ୍ୟମରେ ମଧ୍ୟ ନବୀନ ସରକାରଙ୍କ ବଦାନ୍ୟତାକୁ ପ୍ରଶଂସା କରାଯାଇଛି ।

Comments are closed.