ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର- ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଡକ୍ଟର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗ-ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ ସେବାରୁ ଡକ୍ଟର ମହାନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

୧୯୮୮ ବ୍ୟାଚ୍ ଆଇପିଏସ ଅଫିସର ମହାନ୍ତି ୩୩ ବର୍ଷ ଧରି ପୋଲିସ ସେବାରେ ଥିଲେ । ଏହି କାର୍ଯ୍ୟକାଳ ମଧ୍ୟରେ ସେ ଏସପି, ଡିଆଇଜି ଭଳି ପଦପଦବୀରେ ଅବସ୍ଥାପିତ ହୋଇଥିଲେ । ସେ ଭିଜିଲାନ୍ସ ନିର୍ଦ୍ଦେଶାଳୟ, ପରବିହନ କମିଶନରେଟ, ପୋଲିସ ଏକାଡେମୀ, ପୋଲିସ ହାଉସିଂ କର୍ପୋରେସନରେ ବି ରହିଥିଲେ ।

Comments are closed.