ମାର୍ଚ୍ଚରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ – ମାର୍ଚ୍ଚ ମାସରେ ୧୧ଦିନ ବ୍ୟାଙ୍କ୍ ଛୁଟି ରହିବ । ଚଳିତ ମାସରେ ଚାରୋଟି ରବିବାର ସହ ଦୁଇଟି ଦ୍ୱିତୀୟ ଶନିବାର ପଡୁଛି । ଏହି ଛଅ ଦିନ ସାପ୍ତାହିକ ଛୁଟି ସହ ଚଳିତ ମାସରେ ଆଉ ପାଞ୍ଚ ଦିନ ମଧ୍ୟ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍‌ବିଆଇ)ର କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୫, ୧୧, ୨୨, ୨୯ ଓ ୩୦ ତାରିଖରେ ମଧ୍ୟ ବ୍ୟାଙ୍କ୍ ଛୁଟି ରହିବ ।

ଚଳିତ ମାସରେ ୧୧ଦିନ ବ୍ୟାଙ୍କ୍ ଛୁଟି ରହୁଥିବାରୁ ଗ୍ରାହକମାନଙ୍କୁ ସେହି ଅନୁସାରେ ନିଜ ବ୍ୟାଙ୍କ୍ କାର୍ଯ୍ୟ ପାଇଁ ଯୋଜନା କରିବାକୁ ପଡିବ । ଉପରୋକ୍ତ ୧୧ ଦିନ ବ୍ୟାଙ୍କ୍ ଛୁଟି ରହୁଥିଲେ ମଧ୍ୟ ମୋବାଇଲ ଓ ଇଣ୍ଟରନ୍ୟାଟ୍ ବ୍ୟାଙ୍କିଂ ଚାଲୁ ରହିବ । ତେଣୁ ଗ୍ରାହକମାନେ ଅନ୍‌ଲାଇନ୍ ବ୍ୟାଙ୍କିଂ ଜରିଆରେ ଟ୍ରାନ୍‌ଜାକ୍ସନ କରିପାରିବେ ।
ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକର ଘରୋଇକରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ୍ କର୍ମଚାରୀ ସଂଘ ମାର୍ଚ୍ଚ ୧୫ ଓ ୧୬ରେ ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଛନ୍ତି । ଯଦି ଏହି ଧର୍ମଘଟ ସହ ବ୍ୟାଙ୍କ୍ ସଂଘଗୁଡିକ ଆଗେଇ ଯାଆନ୍ତି, ତେବେ ଚଳିତ ମାସରେ ମୋଟ ୧୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିପାରେ ।

ଚଳିତ ମାସର ବ୍ୟାଙ୍କ୍ ଛୁଟି ତାଲିକା –

୭ ମାର୍ଚ୍ଚ –ରବିବାର
୧୧ ମାର୍ଚ୍ଚ – ମହାଶିବରାତ୍ରି
୧୩ ମାର୍ଚ୍ଚ – ଦ୍ୱିତୀୟ ଶନିବାର
୧୪ ମାର୍ଚ୍ଚ – ରବିବାର
୨୧ ମାର୍ଚ୍ଚ – ରବିବାର
୨୨ ମାର୍ଚ୍ଚ – ବିହାର ଦିବସ
୨୭ ମାର୍ଚ୍ଚ – ଚତୁର୍ଥ ଶନିବାର
୨୮ ମାର୍ଚ୍ଚ – ରବିବାର
୨୯ ମାର୍ଚ୍ଚ – ଧୂଲେତି
୩୦ ମାର୍ଚ୍ଚ – ହୋଲି

Comments are closed.