ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଭାରତୀୟ ସର୍ଟ ଫିଲ୍ମ ‘ବିଟୁ’

ନୂଆଦିଲ୍ଲୀ – ୯୩ତମ ଓସ୍କାର ପୁରସ୍କାର ଦୌଡ଼ରୁ ଭାରତୀୟ ସର୍ଟ ଫିଲ୍ମ ‘ବିଟୁ’ ବାଦ୍ ପଡିଛି । କରିସ୍ମା ଦେବ ଦୁବେ ନିର୍ଦ୍ଦେଶିତ ୧୭ ମିନିଟର ଏହି ଫିଲ୍ମ ସର୍ଟ ଫିଲ୍ମ ବର୍ଗର ଚୂଡାନ୍ତ ତାଲିକାରେ ସ୍ଥାନ ପାଇବାରେ ବିଫଳ ହୋଇଛି । ପୂର୍ବରୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଦୌଡ଼ରୁ ଭାରତର ଅଫିସିଆଲ୍ ଏଣ୍ଟ୍ରି ‘ଜଲିକଟ୍ଟୁ’ ମଧ୍ୟ ବାଦ୍ ପଡିଥିଲା ।

ଓସ୍କାର ପୁରସ୍କାରର ସର୍ଟ ଫିଲ୍ମ ବର୍ଗର ଚୂଡାନ୍ତ ୧୦ରେ ‘ବିଟୁ’ ସ୍ଥାନ ପାଇଥିଲା । ହେଲେ ସୋମବାର ଘୋଷିତ ଚୂଡାନ୍ତ ପାଞ୍ଚ ତାଲିକାରେ ଏହି ଫିଲ୍ମକୁ ମନୋନୀତ କରାଯାଇ ନାହିଁ । ‘ବିଟୁ’ ୨୦୧୩ରେ ବିହାରର ଏକ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିଷ ଦେବା ଘଟଣା ଉପରେ ଆଧାରିତ ।

୯୩ତମ ଓସ୍କାର ପାଇଁ ଆଜି ପ୍ରମୁଖ ବର୍ଗର ଚୂଡାନ୍ତ ତାଲିକା ଘୋଷଣା କରାଯାଇଛି । ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ବିଭିନ୍ନ କାଟେଗୋରି ପାଇଁ ସର୍ଟ ଲିଷ୍ଟ ଘୋଷଣା କରିଥିଲେ । ବିଶ୍ୱର ଏହି ସମ୍ମାନଜନକ ଫିଲ୍ମ ପୁରସ୍କାର ଉତ୍ସବ ଏପ୍ରିଲ ୨୫ରେ ଆମେରିକାର ଲସ୍ ଆଞ୍ଜେଲସ ସହରରେ ଅନୁଷ୍ଠିତ ହେବ ।

Comments are closed.