କଙ୍ଗନାଙ୍କ ଆକାଉଣ୍ଟ୍ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ପଶ୍ଚିମବଙ୍ଗରେ ଘଟିଥିବା ହିଂସା ଉପରେ ଆପତ୍ତିଜନକ ତଥା ଉତ୍ତେଜନାପୂର୍ଣ୍ଣ ଟ୍ୱିଟ୍ କରିବା ଅଭିନେତ୍ରୀ କଙ୍ଗନା ରନୌତଙ୍କ ପାଇଁ ମହଙ୍ଗା ପଡ଼ିଛି । ନିୟମର ଉଲ୍ଲଂଘନ ପାଇଁ ଟ୍ୱିଟର ତାଙ୍କ ଆକାଉଣ୍ଟ୍ ସବୁ ଦିନ ପାଇଁ ବନ୍ଦ କରିଛି ।

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଙ୍ଗନା ଏହି ପ୍ରସଙ୍ଗରେ ଟ୍ୱିଟରରେ ଅନେକ ବିବାଦୀୟ ପୋଷ୍ଟ କରିଥିଲେ । ପଶ୍ଚିମବଙ୍ଗ ହିଂସା ଉପରେ ନେଇ ସେ ଅନେକ ଭିଡିଓ, ଫଟୋ ମଧ୍ୟ ପୋଷ୍ଟ କରିଥିଲେ । କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ମଧ୍ୟ ଦାବି କରିଥିଲେ । ଆଉ ଏକ ପୋଷ୍ଟରେ ସେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ରାମାୟଣର ‘ତାଡ଼କା’ ସହ ତୁଳନା କରିଥିଲେ ।

ଆଉ ଏକ ପୋଷ୍ଟରେ ଏହି ୩୪ ବର୍ଷୀୟ ଅଭିନେତ୍ରୀ ଟିଏମ୍‌ସି ଗୁଣ୍ଡାଙ୍କୁ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ୨୦୦୦ ମସିହାର ‘ବିରାଟ ରୂପ’ ଧାରଣ କରିବାକୁ ଅନୁରୋଧ କରିଥିଲେ ।

କଙ୍ଗନାଙ୍କ ଏଭଳି ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କ ଆକାଉଣ୍ଟ୍ ସସ୍‌ପେଣ୍ଡ କରିବାକୁ ଅନେକ ୟୁଜର ଦାବି କରିଥିଲେ । ତାଙ୍କର ଏହି ସବୁ ଟ୍ୱିଟ୍ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଓ ହିଂସା ଭିଆଇବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଥିଲା ।

Comments are closed.