କଟକ ସନ୍ ହସପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କଟକ- ସ୍ଥାନୀୟ ସନ୍ ହସପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୈନି । ହସପିଟାଲ ସାମୟିକ ଭାବେ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାସ ୧ ତାରିଖରେ ସନ ହସପିଟାଲରେ ନିଆଁ ଲାଗିଯାଇଥିଲା । ହସପିଟାଲର ପଂଚମ ମହଲାରେ ନିଆଁ ଲାଗିଯାଇଥିଲା । ବେଆଇନ ଭାବେ ହସପିଟାଲର ପଂଚମ ମହଲାରେ ଅଫିସ ଓ କ୍ୟାଂଟିନ ଚାଲିଥିଲା । ଅଗ୍ନିକାଣ୍ଡ ପରେ ହସପିଟାଲ କର୍ତ୍ତପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲାୀ । କିନ୍ତୁ ସନ୍ତୋଷଜନକ ଉତ୍ତର ମିଳି ନ ଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି ।

Comments are closed.