ରାଜ୍ୟରେ ଆଜି ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ଟିକାକରଣ, ବାକିଥିବା ବ୍ୟକ୍ତିଙ୍କୁ ଟିକା ପାଇଁ ଘରୋଇ ହସପିଟାଲରେ ବ୍ୟବସ୍ଥା

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ଆଜି ଶେଷ ହେଉଛି । ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକଙ୍କୁ ସରକାର ଟାର୍ଗେଟ କରିଥିଲେ,ତାଠାରୁ ଅଧିକ ଲୋକ ଟିକା ନେଇଛନ୍ତି । ସ୍ୱାସ୍ଥ୍‌୍ୟକର୍ମୀ ଓ ସଫେଇ କର୍ମଚାରୀ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଛନ୍ତି । ସେପଟେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଟିକାକରଣରେ ବାକି ରହିଥିବା ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଘରୋଇ ହସପିଟାଲରେ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଯେଉଁମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଓ ଲିଖିତ ଭାବେ ମଧ୍ୟ ଦେଇଥିଲେ, ସେମାନଙ୍କ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ।

Comments are closed.