କରୋନା ଅପଡେଟ୍‌: ଆଉ ୧୨,୧୪୩ ନୂଆ ମାମଲା, ୧.୦୬ କୋଟି ସୁସ୍ଥ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୨,୧୪୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ମହାମାରୀ ଆଉ ୧୦୩ ଜଣଙ୍କ ଜୀବନ ନେଇଛି । ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୯୮ ଲକ୍ଷ ୯୨ ହଜାର ୭୪୬ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫୫୦କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏଯାବତ୍ କରୋନାରୁ ୧ କୋଟି ୬ ଲକ୍ଷ ୬୨୫ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର ୯୭.୩୨ ପ୍ରତିଶତ ରହିଥିବା େବେଳ ମୃତ୍ୟୁ ହାର ୧.୪୩ ପ୍ରତିଶତକୁ ଖସିଛି । ଭାରତରେ ଏବେ ସକ୍ରିିୟ ମାମଲା ଦେଢ଼ଲକ୍ଷ ତଳେ ରହିଛି । ଏହି ସଂଖ୍ୟା ବର୍ତ୍ତମାନ ୧,୩୬,୫୭୧କୁ ହ୍ରାସ ପାଇଛି ।

Comments are closed.