କରୋନା ଅପଡେଟ୍‌: ଦିନକରେ ଆଉ ୩୨ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୨,୦୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ୨୧% ବୃଦ୍ଧି ଘଟିଛି । ଗତକାଲି ୨୬,୬୫୭ ରୋଗୀ ଚିହ୍ନଟ ହୋଇଥିଲେ, ଯାହା ପାଞ୍ଚ ମାସରେ ଥିଲା ସର୍ବନିମ୍ନ । ଦେଶରେ ଏବେ ମୋଟ ମାମଲା ୯୭.୩୫ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଆଉ ୪୦୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧,୪୧,୩୬୦ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଲଗାତର ଭାବେ ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢୁଛି । ଦିନକରେ ଏହି ମହାମାରୀକୁ ଆଉ ୩୬,୬୦୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ କେବଳ ୩ ଲକ୍ଷ ୭୮ ହଜାର ୯୦୯ ସକ୍ରିୟ ମାମଲା ରହିଛି । ଏଯାବତ ଏହି ରୋଗରୁ ୯୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.