କରୋନା ଅପଡେଟ୍‌: ଦେଶରେ ଆଉ ୧୦,୫୮୪ ନୂଆ ମାମଲା

ନୂଆଦିଲ୍ଲୀ – ଭାରତରେ ପୁଣିଥରେ କରୋନା ଗ୍ରାଫ୍ ଉପରକୁ ଉଠିଛି । ମହାରାଷ୍ଟ୍ର ସମେତ ପାଞ୍ଚଟି ରାଜ୍ୟରେ ସଂକ୍ରମଣ ହାର ବଢ଼ୁଥିବାରୁ ସକ୍ରିୟ ମାମଲା ବି ବୃଦ୍ଧି ଘଟିଛି । ଦେଶରେ ଗତ ୨୪ ଘଣ୍ଟାରେ କରୋନାର ଆଉ ୧୦,୫୮୪ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୧୦ ଲକ୍ଷ ୧୬,୪୩୪କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦିନକରେ ଆଉ ୭୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । କରୋନାରେ ଏଯାବତ୍ ସାରା ଦେଶରେ ୧ ଲକ୍ଷ ୫୬ ହଜାର ୪୬୩ ଜଣଙ୍କ ଜୀବନ ଯାଇଛି ।

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବି ବଢ଼ିଛି । ଭାରତରେ ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୧୨,୬୬୫ ଲୋକ ଏହି ରୋଗକୁ ମାତ୍ ଦେଇଛନ୍ତି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୭,୩୦୬ ରହିଛି ।

Comments are closed.