କରୋନା ଅପଡେଟ୍‌: ଦେଶରେ ଆଉ ୧୪,୯୮୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୪,୯୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀରେ ଆଉ ୯୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୩୯ ହଜାର ୫୧୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୭ ହଜାର ୩୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୮ ଲକ୍ଷ ୧୨ ହଜାର ୪୪ ଜଣ ଲୋକ ସୁସ୍ଥ ହୋଇଛନ୍ତି ।
ଭାରତରେ ଏବେ ସକ୍ରିୟ ମାମଲା ମଧ୍ୟ ସାମାନ୍ୟ ବଢ଼ିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦେଶରେ ଏବେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୨୬କୁ ବୃଦ୍ଧି ପାଇଛି ।

ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏଯାବତ୍ ୧ କୋଟି ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.