କରୋନା ଅପଡେଟ୍‌: ଦେଶରେ ଆଉ ୨୪ ହଜାର ନୂଆ ମାମଲା, ୨୫ ହଜାର ସୁସ୍ଥ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୨୪,୩୩୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । କ୍ରମାଗତ ଅଷ୍ଟମ ଦିନ ପାଇଁ ଦୈନିକ ମାମଲା ୩୦ ହଜାରରୁ କମ୍ ରହିଛି । ଦିନକରେ ଆଉ ୩୩୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ରୋଗରୁ ଆଉ ୨୫,୭୦୯ ଜଣ ଲୋକ ସୁସ୍ଥ ହୋଇଛନ୍ତି । ପ୍ରତି ୧୦ ଲକ୍ଷ ଲୋକରେ ମୃତ୍ୟୁହାର ଦୃଷ୍ଟିରୁ ଭାରତ ଅନ୍ୟଦେଶ ଅପେକ୍ଷା ଭଲ ସ୍ଥିତିରେ ରହିଛି । ଗତ ପାଞ୍ଚ ସପ୍ତାହ ଧରି ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲ ୪୫ ହଜାର ୮୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଯାବତ୍ ଏହି ରୋଗରୁ ୯୬ ଲକ୍ଷ ୬ ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ କେବଳ ୩ ଲକ୍ଷ ତିନି ହଜାର ସକ୍ରିୟ ମାମଲା ରହିଛି ।

Comments are closed.