କରୋନା ଅପଡେଟ୍‌: ଭାରତରେ ୧୩,୦୮୩ ନୂଆ ରୋଗୀ, ୧୩୭ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାର ଆଉ ୧୩,୦୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀ ଆଉ ୧୩୭ ଜଣଙ୍କ ଜୀବନ ନେଇଥିବା ବେଳେ ଏହି ରୋଗରୁ ୧୪,୮୦୮ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଭାରତରେ ଏଯାବତ୍ ୧ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଜନିତ ସର୍ବାଧିକ ମୃତ୍ୟୁ ମାମଲାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୩୩ ହଜାରକୁ ବୃଦ୍ଧି ପାଇଛି । ଏହି ମହାମାରୀରେ ୧ ଲକ୍ଷ ୫୪ ହଜାର ୧୪୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ଭାରତରେ ଏହି ରୋଗରୁ ଏଯାବତ୍ ୧ କୋଟି ୪ ଲକ୍ଷ ୯ ହଜାର ଲୋକ ସୁସ୍ଥ ହୋଇଛନ୍ତି ।ଦେଶରେ ଏବେ କେବଳ ୧ ଲକ୍ଷ ୬୯ ହଜାର ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.