କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୩୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ, ୪୮୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା ଦୁଇଦିନ ପରେ ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୫,୩୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ କୋଭିଡ୍‌-୧୯ରେ ୪୮୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩୮,୭୪୦ ରୋଗୀ ସୁସ୍ଥ ହୋଇଛନ୍ତି ।

ଭାରତରେ କରୋନାରେ ଆକ୍ରାନ୍ତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହିଛି । ଦେଶରେ ଏବେ ୪ ଲକ୍ଷ ୫ ହଜାର ରୋଗୀ ଚିକିତ୍ସାଧୀନ ଅଛନ୍ତି । ଭାରତରେ ଏଯାବତ୍ ମୋଟ ୩ କୋଟି ୧୨ ଲକ୍ଷ ୯୩ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୧୯ ହଜାର ୪୭୦ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪ ଲକ୍ଷ ୬୮ ହଜାର ଲୋକ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଜୁଲାଇ ୨୨ ସୁଦ୍ଧା ଦେଶରେ ମୋଟ ୪୨ କୋଟି ୩୪ ଲକ୍ଷ କରୋନା ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୫୪ ଲକ୍ଷ ୭୬ ହଜାର ଟିକା ଦିଆଯାଇଛି । ଆଇସିଏମ୍‌ଆର ତଥ୍ୟ ମୁତାବକ ଭାରତରେ ଏପର୍ଯ୍ୟନ୍ତ ୪୫ କୋଟି ୨୯ ଲକ୍ଷ କରୋନା ଟେଷ୍ଟ ପରୀକ୍ଷା କରାଯାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୬.୮୮ ଲକ୍ଷ । ଦେଶରେ ସଂକ୍ରମଣ ହାର ୩ ପ୍ରତିଶତ ତଳେ ରହିଛି ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ।

Comments are closed.