କରୋନା ଅପଡେଟ୍: ଦୈନିକ ମାମଲାରେ ପୁଣି ବୃଦ୍ଧି, ୨୪ ଘଣ୍ଟାରେ ୧୭,୯୨୧ ନୂଆ ମାମଲା, ୧୩୩ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ମାମଲାରେ ପୁଣି ଥରେ ବୃଦ୍ଧି ଘଟିଛି। ଯାହା ପୁଣି ଚିନ୍ତା ବଢାଇଛି । ଦେଶରେ କୋଭିଡ -୧୯ ର ୧୭,୯୨୧ ନୂତନ ମାମଲା ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୧,୨୬୨,୭୦୭ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୦,୯୨୦,୦୪୬ ଲୋକ ସୁସ୍ଥ ହୋଇଛନ୍ତି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଆଉ ୧୩୩ ରୋଗୀଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୮,୦୬୩ କୁ ବୃଦ୍ଧି ପାଇଛି। ତଥ୍ଯ ଅନୁଯାୟୀ, ଦେଶରେ ସକ୍ରିୟ ମାମଲାରେ ବି ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ପାଇଁ ୧,୮୪,୫୯୮ ଲୋକ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ମାମଲାର ୧.୬୪ ପ୍ରତିଶତ ଅଟେ। ଦେଶରେ କୋଭିଡ -୧୯ ରୁ ମୃତ୍ୟୁ ହାର ମଧ୍ୟ ୧.୪୦ ପ୍ରତିଶତକୁ ଖସି ଆସିଛି।

Comments are closed.