କରୋନା ଅପଡେଟ୍: ୨୪ ଘଣ୍ଟାରେ ୨.୫୯ ଲକ୍ଷ ମାମଲା, ରେକର୍ଡ ୧୭୬୧ ମୃତ

ନୂଆଦିଲ୍ଲୀ – ଦେଶରେ ଘାତକ କରୋନା ସଂକ୍ରମଣର ବିସ୍ଫୋରଣ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୫୯ ହଜାର ୧୭୦ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଏଥି ସହିତ ଗତକାଲି ୧୭୬୧ ଜଣଙ୍କର ମୃତ୍ୟୁ ଘଟିଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୨୦ ଲକ୍ଷ ୩୧ ହଜାର ୯୭୭କୁ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟିକା କମ୍ପାନୀ ମାନଙ୍କ ସହ ଏକ ବୈଠକ କରିବେ। ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଦେଶରେ ଟିକା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ମୋଟ ମାମଲା – ଏକ କୋଟି ୫୩ ଲକ୍ଷ ୨୧ ହଜାର ୮୯ |
ମୋଟ ସୁସ୍ଥ – ଏକ କୋଟି ୩୧ ଲକ୍ଷ ଆଠ ହଜାର ୫୮୨ |
ମୋଟ ମୃତ୍ୟୁ – ଏକ ଲକ୍ଷ ୮୦ ହଜାର ୫୩୦ ।
ମୋଟ ସକ୍ରିୟ ମାମଲା – କୋଡିଏ ଲକ୍ଷ ୩୧ ହଜାର ୯୭୭ |
ମୋଟ ଟିକାକରଣ – ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ |

Comments are closed.