କରୋନା କାରଣରୁ ଏଥର ହେବନି ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ – କରୋନା ମହାମାରୀ ଯୋଗୁଁ ଏଥର ସଂସଦର ଶୀତକାଳୀନ ଅଧିବେଶନ ହେବ ନାହିଁ । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର କୁମାର ଚୌଧୁରୀଙ୍କୁ ଚିଠି ଲେଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ସମ୍ପର୍କିତ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି । କରୋନା ସଂକ୍ରମଣ ଦୃଷ୍ଟିରୁ ସବୁ ରାଜନୈତିକ ଦଳଙ୍କ ସହ ପରାମର୍ଶ ପରେ ଶୀତକାଳୀନ ଅଧିବେଶନ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜାନୁୟାରୀରେ ବଜେଟ୍ ସହ ଶୀତକାଳୀନ ଅଧିବେଶନ ଏକାଠି ହେବ ବୋଲି ଚୌଧୁରୀଙ୍କ ପାଖକୁ ଚିଠିରେ ଯୋଶୀ ଲେଖିଛନ୍ତି ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ଚଳାଇଥିବା ବେଳେ ଏ ପ୍ରସଙ୍ଗରେ ଆଲୋଚନା କରିିବାକୁ ସଂସଦର ଶୀତକଳୀନ ଅଧିବେଶନ ଶୀଘ୍ର ଡାକିବା ପାଇଁ ଚୌଧୁରୀ କେନ୍ଦ୍ରକୁ ଅନୁରୋଧ କରିଥିଲେ । ତେବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବାରୁ ଅଧିକାଂଶ ଦଳ ଶୀତକାଳୀନ ଅଧିବେଶନ କରିବା ନେଇ କୁଣ୍ଠା ପ୍ରକାଶ କରିଥିଲେ ।

Comments are closed.