କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଂଟ, ନିର୍ବାଚନ ମଡେଲରେ ହେବ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟିକାକରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ । ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣ ନିୟୋଜିତ ହେବେ । ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ । ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ ବୋଲି ବିଜୟ ସୂଚନା ଦେଇଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ଟିକାକରଣ ସ୍ଥାନରେ ୩ଟି ରୁମ୍ ରହିବ । ପ୍ରେକ୍ଷାଳୟ, ନୀରିକ୍ଷଣ ଓ ଟିକାକରଣ ରୁମ୍ ରହିବ । ଟିକାକରଣ ସରିବା ପରେ ସାର୍ଟିଫିକେଟ ଦିଆଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

Comments are closed.