କରୋନା ଭୟରେ ତିନି ମାସ ଯାଏଁ ବିମାନ ବନ୍ଦରରେ ଲୁଚି ରହିଥିଲେ ଭାରତୀୟ ବଂଶଜ

ଲସ୍ ଆଞ୍ଜେଲେସ୍ – କରୋନାର ଭୟ ଏତେ ଘାରିଥିଲା ଯେ, ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏକ ବିମାନ ବନ୍ଦରର ଏକ ସିକ୍ୟୁରିଟି ଜୋନ୍‌ରେ ତିନି ମାସ କାଳ କାହାକୁ ନ ଜଣାଇ ଲୁଚି ରହିଥିଲେ । ଆମେରିକାର ଚିକାଗୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ତାଙ୍କୁ ପୋଲିସ୍ ଠାବ କରି ଗିରଫ କରିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ୩୬ ବର୍ଷୀୟ ଆଦିତ୍ୟ ସିଂହ ।

ଆଦିତ୍ୟ ଲସ୍ ଆଞ୍ଜେଲସ୍ ସହର ଉପକଣ୍ଠରେ ରୁହନ୍ତି । ସେ ଅକ୍ଟୋବର ୧୯ରେ ଏକ ଫ୍ଲାଇଟରେ ଚିକାଗୋର ଓ’ହେର୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ôଚଥିଲେ । ତେବେ କରୋନା ଭୟରେ ସେ ସେହି ଦିନଠାରୁ ସେଠାରେ ଏକ ହାଇ ସିକ୍ୟୁରିଟି ଜୋନ୍‌ରେ ଲୁଚି ରହିଥିଲେ । ସୁରକ୍ଷା ଅଧିକାରୀ ମଧ୍ୟ ଏ ସମ୍ପର୍କରେ ଜାଣିପାରିନଥିଲେ । ସେ ସେଠାରେ ଅନ୍ୟ ଯାତ୍ରୀଙ୍କ ଠାରୁ ମିଳୁଥିବା ଖାଦ୍ୟ, ପାନୀୟରେ ଚଳୁଥିଲେ । ଏକ ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ପ୍ରବେଶ କରି ସେଠାରେ ରହିଥିବାରୁ ଆଦିତ୍ୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Comments are closed.