କରୋନା ଭୟ: ଭାରତୀୟ ଯାତ୍ରୀଙ୍କୁ ନ୍ୟୁଜିଲାଣ୍ଡ ମନା

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ଭୟାନକ ହେବାରେ ଲାଗିଛି । ଦୈନିକ ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଭାରତରେ କରୋନାର ସଙ୍ଗୀନ ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ସାମୟିକ କଟକଣା ଲଗାଇଛି । ଏପ୍ରିଲ ୧୧ରୁ ଏହି କଟକଣା ଲାଗୁ ହେବ ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ନ ଆଜି ଘୋଷଣା କରିଛନ୍ତି । ଏହି କଟକଣା ଏପ୍ରିଲ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ନ୍ୟୁଜିଲାଣ୍ଡରେ ଚିହ୍ନଟ ହୋଇଥିବା ୨୩ ନୂଆ ସଂକମ୍ରିତଙ୍କ ମଧ୍ୟରୁ ୧୭ ଜଣ ଭାରତରୁ ଆସିଥିବା ଜଣାପଡିବା ପରେ ନ୍ୟୁଜିଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି କଟକଣା ଅବଧି ବଢ଼ିବା ସମ୍ଭାବନାକୁ ମଧ୍ୟ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଏଡାଇ ଦେଇନାହାନ୍ତି । ଏହା ଏକ କଷ୍ଟକର ନିଷ୍ପତ୍ତି । କିନ୍ତୁ ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ସେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଜେସିଣ୍ଡା କହିଛନ୍ତି ।

Comments are closed.