କୋରୋନାର ଦ୍ୱିତୀୟ ଲହରୀ : ରାଜ୍ୟରେ ରେକର୍ଡ ୮୭୯ଟି ନୂଆ ମାମଲା, ଖୋର୍ଦ୍ଧାରୁ ସର୍ବାଧିକ ୧୪୪, ସୁନ୍ଦରଗଡରୁ ୧୩୧

ଭୁବନେଶ୍ୱର- କୋରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଦୈନିକ ସଂକ୍ରମଣ ମାମଲା ଆସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୧୮ ଓ ସ୍ଥାନୀୟ ଅଂଚଳରୁ ୩୬୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪, ସୁନ୍ଦରଗଡରୁ ୧୩୧, ନୂଆପଡାରୁ ୬୧, ବରଗଡରୁ ୫୩, କଟକରୁ ୫୦, ସମ୍ବଲପୁରରୁ ୪୮, ପୁରୀରୁ ୪୫, କଳାହାଣ୍ଡିରୁ ୪୩, ଗଂଜାମରୁ ୩୧, ମୟୂରଭଂଜରୁ ୨୯, ବଲାଙ୍ଗୀରରୁ ୨୬, ଝାରସଗୁଗୁଡାରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.