କରୋନା ସଂକ୍ରମଣ ଅନିୟନ୍ତ୍ରିତ: ଦିନକରେ ୨.୩୪ ଲକ୍ଷ ନୂଆ ମାମଲା, ୧୩୪୧ ମୃତ

ନୂଆଦିଲ୍ଲୀ – ଦେଶରେ କରୋନାର ଦ୍ୱିତୀୟ ଲହରୀ ଅନିୟନ୍ତ୍ରିତ ହୋଇପଡିଛି। କ୍ରମାଗତ ତୃତୀୟ ଦିନ ପାଇଁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା, ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି |

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୨୩୪, ୬୯୨ ଟି ନୂଆ ମାମଲା ଆସିଛି ଏବଂ ୧୩୪୧ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ଆଉ ୧,୨୩,୩୫୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ୨୧୭,୩୫୩ଟି ନୂଆ ମାମଲା ଆସିଥିଲା। ସେପ୍ଟେମ୍ବର ୧୫ ପରେ ଦେଶରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ଉକ୍ତ ଦିନ ଦେଶରେ ୧୨୯୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ମୋଟ କରୋନା ମାମଲା – ଏକ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ।
ମୋଟ ଡିସଚାର୍ଜ – ଏକ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ।
ମୋଟ ସକ୍ରିୟ ମାମଲା – ୧୬ ଲକ୍ଷ ୭୯ ହଜାର ୭୪୦ ।
ମୋଟ ମୃତ୍ୟୁ – ୧ ଲକ୍ଷ ୭୫ ହଜାର ୬୪୯ ।

Comments are closed.