କରୋନା ସଙ୍କଟ: ଦେଶରେ ଦିନକରେ ରେକର୍ଡ ୪୨୦୫ ମୃତ, ଅଢ଼ଇ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବିପଦ ଥମି ନାହିଁ। ପ୍ରତିଦିନ ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି |

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୮,୪୨୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏବଂ ଦିନକରେ ରେକର୍ଡ ୪୨୦୫ ଲୋକ ପ୍ରାଣ ହରାଇଛନ୍ତି। ଯାହାକି ଏଯାବତ୍ ସର୍ବାଧିକ । ଏହାପୂର୍ବରୁ ମେ ୭ରେ ୪୧୮୭ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା।
କରୋନାରୁ ଦିନକରେ ଆଉ ୩,୫୫,୩୩୮ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି।

ଦେଶରେ ଏବେ ମୋଟ କରୋନା ମାମଲା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ରେ ପହଞ୍ଚିଛି । ଏଯାବତ ଏକ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ଲୋକ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୫୪ ହଜାର ୧୯୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ୩୭ ଲକ୍ଷ ୪ ହଜାର ୯୯ରେ ପହଞ୍ଚିଛି ।

Comments are closed.