କାଲିଠାରୁ ମେ ୩୧ତାରିଖ ଯାଏଁ ରାଜ୍ୟରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଅବକାଶ

ଭୁବନେଶ୍ୱର- ଆସନ୍ତାକାଲିଠାରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖରାଛୁଟି । ମେ ୩୧ ତାରିଖ ଯାଏଁ ରାଜ୍ୟର ସବୁ ଉଚ୍ଚଶିକ୍ଷାନୁଷ୍ଠାନନ ପାଇଁ ଖରାଛୁଟି ଘୋଷଣା କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଖରାଛୁଟିରେ ଅନଲାଇନ୍ ଶିକ୍ଷାଦାନ କି ପରୀକ୍ଷା ହୋଇପାରିବ ନାହିଁ । ତେବେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପିଏଚଡି ଓ ଅନ୍ୟ ରିସର୍ଚ୍ଚ ସ୍କଲାରଙ୍କ ସାକ୍ଷାତକାର ଗ୍ରୀଷ୍ମ ଅବକାଶ ସମୟରେ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Comments are closed.