କୁମ୍ବମେଳା ତୀର୍ଥଯାତ୍ରୀଙ୍କ ଉପରେ ବର୍ଷିଲେ ମୁମ୍ବାଇ ମେୟର, କହିଲେ କୁମ୍ଭରୁ ଫେରି ‘କରୋନା ପ୍ରସାଦ’ ବାଣ୍ଟିବେ

ନୂଆଦିଲ୍ଲୀ: କୋଭିଡ୍-୧୯‌ର ଦ୍ୱିତୀୟ ଲହରୀ ମଧ୍ୟରେେ କୁମ୍ବମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁମ୍ବାଇ ମେୟର ।
ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ବରୁ ଫେରୁଥିବା ସାଧୁ ଓ ତୀର୍ଥଯାତ୍ରୀମାନେ ଯେଉଁ ସବୁ ରାଜ୍ୟକୁ ଯିବେ, ସେଠାରେ କରୋନା ଭାଇରସର ପ୍ରସାଦ ବାଣ୍ଟିବେ ।
କୁମ୍ଭମେଳାରୁ ମୁମ୍ବାଇକୁ ଫେରୁଥିବା ସାଧୁ ଓ ଲୋକମାନଙ୍କୁ ସେମାନଙ୍କ ଖର୍ଚ୍ଚରେ କ୍ବାରେଣ୍ଟାଇନ କରିବାକୁ ଆମେ ପ୍ରସ୍ତୁତି କରୁଛୁ ବୋଲି ସେ କହିଛନ୍ତି।

କରୋନା ବିସ୍ଫୋରଣ ମଧ୍ୟରେ ହରିଦ୍ଵାର କୁମ୍ଭମେଳାରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ବୁଡ଼ ପକାଇବାକୁ ପହଞ୍ଚିଛନ୍ତି। ସାହୀ ସ୍ନାନର ଫଟୋ ଲୋକଙ୍କ ଚିନ୍ତା ବଢାଇ ଦେଇଛି । କୁମ୍ଭମେଳା କରୋନା ସଂକ୍ରମଣର ସୁପର୍ ସ୍ପ୍ରେଡର ସାଜିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ମୁମ୍ବାଇରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ସପକ୍ଷରେ ମୁମ୍ବାଇ ମେୟର ପେଡନେକର ଯୁକ୍ତି ବାଢ଼ିଛନ୍ତି । ମୁମ୍ବାଇରେ ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଲାଗୁ କରାଯିବା ଉଚିତ ବୋଲି ପେଡନେକର କହିଛନ୍ତି । ମୁମ୍ବାଇର ୯୫ ପ୍ରତିଶତ ଲୋକ କୋଭିଡ୍ ନିୟମ ପାଳନ କରୁଛନ୍ତି କିନ୍ତୁ ଅବଶିଷ୍ଟ ୫ ପ୍ରତିଶତ ଲୋକଙ୍କ ଯୋଗୁଁ ସମସ୍ୟା ବଢୁଛି । ତେଣୁ ସାମ୍ପ୍ରତିକ ପରିସ୍ଥିତିର ସମାଧାନ କେବଳ ଲକଡାଉନ୍ ବୋଲି ପେଡନେକର କହିଛନ୍ତି ।

Comments are closed.