କୁମ୍ଭମେଳା ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନଜର

ଭୁବନେଶ୍ୱର- ରାଜ୍ୟରେ କୁମ୍ଭମେଳା ଫେରନ୍ତାଙ୍କ ଉପରେ ରଖାଯିବ ସ୍ୱତନ୍ତ୍ର ନଜର । ଉତ୍ତରାଖଣ୍ଡରେ ନାମ ପଂଜିକରଣ କରି ଯେଉଁମାନେ କୁମ୍ଭମେଳା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ, ସେମାନଙ୍କ ତାଲିକା ପ୍ରସ୍ତୁତ କରି ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ପଂଜିକୃତ ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିଛନ୍ତି । ଓଡିଶା ଫେରିବା ପୂର୍ବରୁ କୁମ୍ଭମେଳା ଫେରନ୍ତାଙ୍କ ଆରଟି-ପିସିଆର୍ ଟେଷ୍ଟ ନିଶ୍ଚିତ ଭାବେ କରାଯିବ । ଯଦି ଫେରିବା ପରେ ସେମାନଙ୍କ ମଧ୍ୟରେ କୋଭିଡ ଲକ୍ଷଣ ଦେଖାଯାଏ, ତେବେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ସେମାନେ ଯୋଗାଯୋଗ କରିବେ । ସେମାନଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Comments are closed.