କେନ୍ଦ୍ରକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚିଠି, ଧାନ କିଣା ସବସିଡି ଟଙ୍କା ବକେୟା ପ୍ରସଙ୍ଗ ଉଠାଇଲେ

ଭୁବନେଶ୍ୱର- କେନ୍ଦ୍ରକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠି ଲେଖି ୨ଟି ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ଲୋଡିଛନ୍ତି । ଏଥିପାଇଁ ସେ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ହସ୍ତକ୍ଷେପ ଚାହିଁଛନ୍ତି । ଧାନ କିଣା ସବସିଡି ବାବଦକୁ ୬ ହଜାର ୩୯ କୋଟି ବକେୟା ଦାବି କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ । ଏମଏସପି ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରାଯାଇଥିବା ସେ ଜଣାଇଛନ୍ତି । ଭାରତୀୟ ଖାଦ୍ୟ ନିଗମର ଉଷୁନା ଚାଉଳ ନିୟମ ଯୋଗୁଁ ଓଡିଶା କ୍ଷତିଗ୍ରସ୍ତ ହେବ ବୋଲି ରଣେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ବଳକା ୩୦ ଲକ୍ଷ ମେଟ୍ରିକଟନ୍ ଉଷୁନା ଚାଉଳ କିଣିବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.