ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଂଚିଲା 

ଭୁବନେଶ୍ୱର- ଭୁବନେଶ୍ୱରରେ ପହଂଚିଲା ଦ୍ୱିତୀୟ ଦଫା କୋଭିଡ ଟିକା । ସ୍ପାଇସଜେଟ୍ ବିମାନରେ ଆସି ଭୁବନେଶ୍ୱରରେ କୋରୋନା ଟିକା ପହଂଚିଲା ପରେ କଡା ସୁରକ୍ଷାରେ ଟିକା ଭଣ୍ଡାରକୁ ନିଆଯାଇଛି । ତିନି ଦିନ ପରେ ଏସବୁ ଟିକା ବିଭିନ୍ନ ଜିଲ୍ଲାକୁ ପଠାଯିବ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଟିକା ଗ୍ରହଣ କରି ଟିକାକରଣ ଲାଗି ମଧ୍ୟ ସବୁ ଜିଲ୍ଲା ପ୍ରସ୍ତୁତ ଥିବା କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟକୁ ୩ ଲକ୍ଷ ୩୪ ହଜାର ୫୩୪ ଟିକା ଆସିଛି ।

Comments are closed.