କେନ୍ଦ୍ରର ଅବହେଳା ଯୋଗୁଁ ରାଜ୍ୟରେ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା ବିଳମ୍ବିତ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଂଟ୍ରାଲ ମେଡିକାଲ ସର୍ଭିସେସ ସୋସାଇଟି –ସିଏମଏସଏସର ଅବହେଳା ଯୋଗୁଁ ରାଜ୍ୟରେ ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠାରେ ବିଳମ୍ବ ହୋଇଛି । ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି ।

ପିଏମ କେୟାର୍ସ ଫଣ୍ଡ୍ ଅଧୀନରେ ରାଜ୍ୟକୁ ମିଳିଥିବା ୭ଟି ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠାରେ ଅହେତୁକ ଡେରି ହୋଇଛି ବୋଲି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଅକ୍ସିଜେନ ପ୍ଲାଂଟ୍ ସ୍ଥାପନରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ । ବରଂ ରାଜ୍ୟ ସରକାର ତ୍ୱରିତ ଭାବେ ପ୍ରସ୍ତାବକୁ ଗ୍ରହଣ କରି ୭ଟି ସ୍ଥାନ ଚିହ୍ନଟ କରି କେନ୍ଦ୍ରକୁ ଜଣାଇଛନ୍ତି ।

ଗତବର୍ଷ ଅକ୍ଟୋବରରେ ପିଏମ କେୟାର୍ସ ଫଣ୍ଡ୍‌ରୁ ସାରାଦେଶର ବିଭିନ୍ନ ସଦର ମହକୁମାରେ ହସପିଟାଲରେ ୧୬୨ଟି ଅକ୍ସିଜେନ ପ୍ଲାଂଟ୍ ସ୍ଥାପନ ପାଇଁ ଟେଣ୍ଡର ହୋଇଥିଲା । ଓଡିଶା ଭାଗରେ ୭ଟି ପ୍ଲାଂଟ୍ ପଡିଥିଲା । ରାଜ୍ୟ ସରକାର ଜାଗା ଚିହ୍ନଟ କଲା ପରେ ବି କାମ ଆଜି ପର୍ଯ୍ୟନ୍ତ ଆଗେଇ ନାହିଁ ବୋଲି ମହାନ୍ତି କହିଛନ୍ତି ।

Comments are closed.