କାଲିଠାରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା

ଭୁବନେଶ୍ୱର- କାଲିଠାରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହେବ ନାମଲେଖା । ମେ ୩୧ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ନାମ ଲେଖା ସାରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ଯାଏଁ ନାମଲେଖା । ପୂର୍ବଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ହେବ । କୌଣସି ଛାତ୍ର ବା ଅଭିଭାବକଙ୍କୁ ନାମଲେଖା ପାଇଁ ସ୍କୁଲକୁ ଡକାଯିବ ନାହିଁ । ସ୍କୁଲ୍ ବଦଳିଲେ ଟେଲିଫୋନରେ ଅନୁମତି ନେଇ ନାମଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲକୁ ଯାଇପାରିବେ ଛାତ୍ରଛାତ୍ରୀ ।

Comments are closed.