କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲପ୍ଲାଂଟ ନେଇ ରାଜ୍ୟ ସରକାର-ଆର୍ସେଲର ମିତ୍ତଲ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର- କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲପ୍ଲାଂଟ୍ ନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଓ ଏଲ.ଏନ ମିତ୍ତଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

୫୦ ହଜାର କୋଟି ଟଙ୍କା ବିନିଯୋଗରେ ୧୨ ମିଲିଅନ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାନ କାରଖାନା ପ୍ରତିଷ୍ଠା କରାଯିବ । ଲୋକସେବା ଭବନରେ ରାଜ୍ୟ ସରକାର-ଆର୍ସେଲର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ଆଜି ନବୀନ ନୀବାସରେ ଆର୍ସେଲର କଂପାନିର କାର୍ଯ୍ୟନିର୍ବାହୀ ମୁଖ୍ୟ ଏଲ.ଏନ ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ।

Comments are closed.