କେନ୍ଦ୍ର ବଜେଟ୍‌କୁ ଦେଶ ବିରୋଧୀ କହିଲେ ମମତା

ନୂଆଦିଲ୍ଲୀ – ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ ୨୦୨୧-୨୨କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି । ସେ ଏହାକୁ କୃଷକ, ଜନତା ଓ ଦେଶ ବିରୋଧୀ ବଜେଟ୍ ବୋଲି କହିଛନ୍ତି । ମମତା କହିଛନ୍ତି ଯେ, ରାଷ୍ଟ୍ରବାଦର କଥା କହୁଥିବା ବିଜେପି ଦେଶର ସମ୍ପତ୍ତିକୁ ଘରୋଇ କମ୍ପାନୀକୁ ବିକୁଛି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି ଦୋହାରାଇବା ସହ ମମତା କହିଛନ୍ତି ଯେ, ଯେବେ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଋଣ କ୍ଷମା କରିପାରୁଛି, କୃଷକ ମାନଙ୍କ ଋଣ ଛାଡ଼ କରିବା ପାଇଁ କାହିଁକି ପଛଘୁଞ୍ଚା ଦେଉଛି । ଉତ୍ତର ବଙ୍ଗ ଉତ୍ସବରେ ଯୋଗ ଦେଇ ମମତା କହିଥିଲେ, ବିଜେପି ସମସ୍ତଙ୍କୁ ରାଷ୍ଟ୍ରବାଦର ଶିକ୍ଷା ଦେଉଛି । କିନ୍ତୁ ସେହି ଦଳ ହିଁ ଦେଶକୁ ବିକିବାରେ ବ୍ୟସ୍ତ । ବିଜେପି ସବୁ ରାଷ୍ଟ୍ରାୟତ୍ତ ସଂସ୍ଥା, ବୀମା, ରେଳବାଇ ଓ ବନ୍ଦର ଠାରୁ ଆରମ୍ଭ କରି ସବୁ ବିକି ଚାଲିଛି ବୋଲି ମମତା କହିଛନ୍ତି ।

Comments are closed.