କେନ୍ଦ୍ର ବଜେଟ୍ : ବୀମା ସେକ୍ଟରରେ ଏଫଡିଆଇ ୪୯ରୁ ୭୪ ପ୍ରତିଶତକୁ ବୃଦ୍ଧି, ଆଉ ୩ଟି ରେଳ ଫ୍ରେଟ୍ କରିଡର

ନୂଆଦିଲ୍ଲୀ – ବଜେଟରେ ବଡ ଘୋଷଣା । ବୀମା ସେକ୍ଟରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ୪୯ ପ୍ରତିତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଉଜ୍ୱଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡାଯିବ । ପରିବହନ ମନ୍ତ୍ରାଳୟ ପାଇଁ ୧ ଦଶମିକ ୧୮ ଲକ୍ଷ କୋଟି ଘୋଷଣା । ଆଉ ୩ଟି ରେଳ ଫ୍ରେଟ୍ କରିଡର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବିଦ୍ୟୁତ କ୍ଷେତ୍ର ପାଇଁ ୩ ଦଶମିକ ୦୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗ୍ରାହକ ଏବେ ନିଜେ ବିଜୁଳି କଂପାନି ଚୟନ କରିପାରିବେ । ପ୍ରି ପେଡ୍ ସ୍ମାର୍ଟ ମିଟର ଅଧିକ ଲଗାଇବାକୁ ଯୋଜନା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.