କେନ୍ଦ୍ର ବଜେଟ୍: ଆରମ୍ଭ ହେବ ମିଶନ ପୋଷଣ ୨.୦, କୋରୋନା ଟିକା ପାଇଁ ୩୫ ହଜାର କୋଟି ବ୍ୟୟବରାଦ

ନୂଆଦିଲ୍ଲୀ – ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର ତୃତୀୟ ବଜେଟ୍ । ଏଥପ ବଜେଟ ପେପରଲେସ୍ କରିବକୁ ଟାବ୍ ଜରିଆରେ ବଜେଟ୍ ଭାଷଣ ପଢିଛନ୍ତି ନିର୍ମଳା ସୀତାରମଣ । ସୀତାରମଣ କହିଛନ୍ତି ଯେ, କୋରୋନା ସଂକଟ ଯୋଗୁଁ ଏହି ବଜେଟ୍ ଐତିହାସିକ ।

ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ପାଇଁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ମିଶନ ପୋଷଣ ୨.୦ ଆରମ୍ଭ ହେବ । ସହରୀ ସ୍ୱଚ୍ଛ ଭାରତ ୨.୦ ବି ଆରମ୍ଭ ହେବ । କୋରୋନା ଟିକା ପାଇଁ ୩୫ ହଜାର କୋଟି ବ୍ୟୟବରାଦ କରାଯାଇଛି । ଭାରତକୁ ଖୁୁବ ଶୀଘ୍ର ଆଉ ୨ଟି ଟିକା ଆସିବ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଯୋଜନାର ଶୁଭାରମ୍ଭ ହେବେ ବୋଲି ଘୋଷଣା କରିଛନ୍ତି ସୀତାରମଣ ।

ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ୨ ହଜାର ୨୧୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଦେଶରେ ଆଉ ୪ଟି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାୟୋରୋଲୋଜି ପ୍ରତିଷ୍ଠା କରାଯିବ । ରାସ୍ତାରୁ ପୁରୁଣା ଗାଡିକୁ ହଟାଇବାକୁ ନୂଆ ସ୍କ୍ରାପ୍ ପଲିସି ଘୋଷଣା କରାଯାଇଛି ।

Comments are closed.