କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା : କିଛି ସପ୍ତାହ ମଧ୍ୟରେ ଦିଆଯିବ କୋରୋନା ଟିକା

ନୂଆଦିଲ୍ଲୀ – ଆଉ କିଛି ସପ୍ତାହ ମଧ୍ୟରେ ଭାରତରେ କୋରୋନା ଟିକା ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ କହିଛି ଯେ, ଦେଶରେ ୬ଟି କୋରୋନା ଟିକା ପରୀକ୍ଷାମୂଳକ ସ୍ଥିତିରେ ରହିଛି । ୫ଟି ଟିକା କ୍ଷେତ୍ରରେ ଜଣକୁ ୨ଟି ଲେଖାଏଁ ଡୋଜ୍ ନେବାକୁ ହେବ । ଅନ୍ୟ ଗୋଟିଏ ଟିକା କ୍ଷେତ୍ରରେ ଜଣକୁ ୩ଟି ଡୋଜ୍ନେବାକୁ ହେବ । ପ୍ରତି ଡୋଜ୍ ମଧ୍ୟରେ ୩ରୁ ୪ ସପ୍ତାହ ବ୍ୟବଧାନ ରଖିବାକୁ ହେବ । ଟିକା ନେଲେ ବି କୋରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଜାତୀୟ ସଂସ୍ଥାର ଅନୁମତି ପରେ ହିଁ ଟିକାର ବ୍ୟାପକ ଉତ୍ପାଦନ ହେବ ।

Comments are closed.