କୋଟିଆ ବିବାଦ ନେଇ ଆଇନଗତ ସହାୟତା ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଟିଆ ବିବାଦର ସମାଧାନ ପାଇଁ ଆଇନଗତ ସହାୟତା ଲୋଡିଛନ୍ତି ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ରାଜ୍ୟ ସରକାର । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶ ପରେ ରାଜ୍ୟ ସରକାର ଆଇନଗତ ସହାୟତା ଲୋଡିଛନ୍ତି । ସମସ୍ତ ତଥ୍ୟ ସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ସ୍ଥିତାବସ୍ଥା ବଜାୟ ନିର୍ଦ୍ଦେଶ ସତ୍ତ୍ୱେ ଆନ୍ଧ୍ର ସରକାର କୋଟିଆକୁ ନିଜର ଅଂଚଳ ବୋଲି କହି ସେଠାରେ ପଂଚାୟତ ନିର୍ବାଚନ କରିଥିଲେ । ଏ ନେଇ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଅଭିଯୋଗ କରି ଓଡିଶା ସରକାର ପିଟିସନ ଦାୟର କରିଥିଲେ । ଏ ନେଇ ଆନ୍ଧ୍ରର ଜବାବ ପରେ ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଥିଲେ ।

Comments are closed.