କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ – ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଆଜି ଦିଲ୍ଲୀ ଏମ୍ସରେ ନାଇଡୁ ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ସେ ଚେନ୍ନାଇରେ ମାର୍ଚ୍ଚ ୧ରେ ପ୍ରଥମ ଡୋଜ୍ ଲଗାଇଥିଲେ ।

କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ନାଇଡୁ ଟ୍ୱିଟ କରି ସବୁ ଯୋଗ୍ୟ ଲୋକଙ୍କୁ ତୁରନ୍ତ ଟିକା ନେବାକୁ ଅନୁରୋଧ କରିଛନ୍ତି । ଦେଶର କିଛି ରାଜ୍ୟରେ ନୂଆ ମାମଲା ବଢ଼ୁଥିବାରୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସମ୍ପ୍ରତି ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଏବଂ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫-୫୯ ବୟସର ଲୋକଙ୍କୁ ଟିକା ଲଗାଯାଇଥିବା ବେଳେ ଏପ୍ରିଲ ୧ରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସବୁ ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି ।

Comments are closed.