କୋଭିଡ୍‌-୧୯: ୮୬ ଦେଶରେ ଠାବ ହୋଇଛି ବ୍ରିଟେନ ଷ୍ଟ୍ରେନ୍

ୱାଶିଂଟନ – ବ୍ରିଟେନରେ ମିଳିଥିବା କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ ୮୬ ଦେଶରେ ମଧ୍ୟ ଠାବ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) କହିଛି । କୋଭିଡ-୧୯ର ଏହି ନୂଆ ଷ୍ଟ୍ରେନ, ଯାହା ବି.୧.୧.୭ ଭାବେ ପରିଚିତ ପ୍ରଥମେ ସେପ୍ଟେମ୍ବରରେ ବ୍ରିଟେନରେ ଚିହ୍ନଟ ହୋଇଥିଲା । ଏହାରି ଭିତରେ ଏହି ନୂଆ ଷ୍ଟ୍ରେନ୍ ବିଶ୍ୱର ୮୬ ଦେଶକୁ ବ୍ୟାପିଛି । ବ୍ରିଟେନ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ଓ ଘାତକ ବୋଲି ପ୍ରାରମ୍ଭିକ ଗବେଷଣାରୁ ଜଣାପଡିଛି । ଫେବୃୟାରୀ ୭ ସୁଦ୍ଧା ଆଉ ୬ ଦେଶରେ ବି ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ହୋଇଛି ।

କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍ ଜନିତ ସଂକ୍ରମଣ ଯୋଗୁଁ ବ୍ରିଟେନରେ ଲକ୍‌ଡାଉନ୍ ଅବଧିକୁ ଜୁଲାଇ ଯାଏଁ ବୃଦ୍ଧି କରାଯାଇଛି । ଦେଶରେ ନୂଆ ଷ୍ଟ୍ରେନ୍ ଜନିତ ସାମ୍ପଲ ପରୀକ୍ଷଣ ମଧ୍ୟ ବଢ଼ିଛି । ଡିସେମ୍ବରରେ ନୂଆ ଷ୍ଟ୍ରେନ୍ ସାମ୍ପଲ ପରୀକ୍ଷା ହାର ୬୭୪% ଥିଲା । ଏହା ଜାନୁୟାରୀ ୧୮ ସୁଦ୍ଧା ୯୦%କୁ ବୃଦ୍ଧି ପାଇଛି ବୋଲି ଡବ୍ଲୁଏଚ୍‌ଓ ତରଫରୁ କୁହାଯାଇଛି ।

ଡବ୍ଲୁଏଚ୍‌ଓ କହିଛି ଯେ, ବ୍ରିଟେନ୍ ଷ୍ଟ୍ରେନ୍ ବ୍ୟତୀତ କୋଭିଡ୍‌-୧୯ର ଆଉ ଦୁଇ ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଠାବ ହୋଇଛି । ଏହି ଦୁଇ ନୂଆ ଷ୍ଟ୍ରେନ୍ ଉପରେ ନଜର ରଖାଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

Comments are closed.