କୋଭିଡ୍ ଯୋଦ୍ଧାଙ୍କ ପରେ ଅଲିମ୍ପିକ୍‌ରେ ଭାଗନେବାକୁ ଥିବା ଆଥଲେଟଙ୍କୁ ଦିଆଯିବ ଟିକା: କ୍ରୀଡ଼ାମନ୍ତ୍ରୀ

ବେଙ୍ଗାଲୁରୁ – କୋଭିଡ୍ ବିରୋଧରେ ଦେଶରେ ଏବେ ଚାଲିଛି ଟିକାକରଣ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ସବୁ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । କୋଭିଡ୍ ଯୋଦ୍ଧାଙ୍କ ପରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଆଥଲେଟ୍ ମାନଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ।

କୋଭିଡ୍ ଯୋଦ୍ଧା ପ୍ରଥମେ ଟିକା ନେବା ଆବଶ୍ୟକ । ସେମାନେ ନିଜ ଜୀବନକୁ ବିପଦରେ ପକାଇ ସମାଜକୁ ରକ୍ଷା କରୁଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପରେ ଆମେ ଆଥଲେଟ୍‌ମାନଙ୍କୁ ଟିକା ଦେବୁ । ବିଶେଷକରି ଅଲିମ୍ପିକରେ ଭାଗ ନେବାକୁ ଥିବା ଆଥଲେଟଙ୍କୁ ପ୍ରାଥମିକତା ଦିଆଯିବ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଆମେ ଅନୁରୋଧ କରିଛୁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଠାରୁ ସବୁଜ ସଙ୍କେତ ମିଳିଲେ ଆଥଲେଟ୍‌ଙ୍କୁ ଟିକା ଲଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଅଲିମ୍ପିକ୍ସକୁ ଆହୁରି ବହୁତ ସମୟ ଅଛି । ଆମେ ଆଶା କରୁଛୁ ଅଲିମ୍ପିକ୍ସ ପୂର୍ବରୁ ଆଥ୍‌ଲେଟ୍ ମାନଙ୍କ ଟିକାକରଣ ଶେଷ ହୋଇଯିବ ବୋଲି ରିଜିଜୁ କହିଛନ୍ତି ।

Comments are closed.