୨୦୨୧-୨୨ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ ଉପସ୍ଥାପିତ

ଭୁବନେଶ୍ୱର- ବିଧାନସଭାରେ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜଜ ପୂୂଜାରୀ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ କରିଛନ୍ତି । ପ୍ରଶାସନିକ ବ୍ୟୟ ବରାଦ ୮୫ ହଜାର କୋଟି ରହିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୭୫ ହଜାର କୋଟି ବ୍ୟୟ ବରାଦ ହୋଇଛି । ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ବ୍ୟୟ ବରାଦ ହୋଇଛି । ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯୫୦ କୋଟି ବ୍ୟୟବରାଦ କରାଯାଇଛି । କାଳିଆ ଯୋଜନା ପାିଂ ୧୮୦୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ପୁଂଜି ବ୍ୟୟବରାଦ ଅଟକଳ ୨୫ ହଜାର ୭୭୮ କୋଟି ଟଙ୍କା ରହିଛି ।

ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ମହାମାରୀ ପାଇଁ ରାଜ୍ୟର ବିକାଶ ପ୍ରଭାବିତ ହୋଇଛି । କୋରୋନାର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର । କୋରୋନା ସତ୍ତ୍ୱେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବା ପୂଜାରୀ କହିଛନ୍ତି । ।

Comments are closed.