କୋଭିଡ-୧୯: ଭାରତକୁ ସହାୟତାର ହାତ ବଢାଇଲେ ପ୍ୟାଟ୍ କମିନ୍ସ, ‘ପିଏମ୍ କେୟାର୍ସ ପାଣ୍ଠି’କୁ ଦାନ କଲେ ୩୭ ଲକ୍ଷ

ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀରେ କଲବଲ ହେଉଛି । ଦେଶର ସମସ୍ତ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଛି | ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତ ଲୋକମାନେ ପ୍ରାଣ ହରାଉଛନ୍ତି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲୀୟ ଷ୍ଟାର୍ ତଥା କୋଲକାତା ନାଇଟ୍ ରାଇଡର୍ସ ଫାଷ୍ଟ ବୋଲର ପ୍ୟାଟ୍ କମିନ୍ସ ଭାରତକୁ ସହାାୟତା ହାତ ବଢ଼ାଇଛନ୍ତି । ଭାରତୀୟ ହସ୍ପିଟାଲ ଗୁଡ଼ିକୁ ଅକ୍ସିଜେନ ଯୋଗାଣ ପାଇଁ
କମିନ୍ସ ‘ପିଏମ୍ କେୟାର୍ସ ପାଣ୍ଠି”କୁ ୫୦,୦୦୦ ଡଲାର (ପ୍ରାୟ ୩୭ ଲକ୍ଷ ଟଙ୍କା) ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ସେ ଟ୍ୱିଟରରେ ଭାରତର ଲୋକଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି।

ପ୍ୟାଟ୍ କମିନ୍ସ ଟ୍ୱିଟରରେ ଏକ ନୋଟ୍ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, “ଭାରତ ଏପରି ଏକ ଦେଶ ଯାହାକୁ ମୁଁ ବର୍ଷ ବର୍ଷ ଧରି ଭଲପାଇ ଆସିଛି। ଏଠାକାର ଲୋକମାନେ ମଧ୍ୟ ବେଶ୍ ଉଷ୍ମତାର ସହ ସାକ୍ଷାତ କରନ୍ତି। ସାମ୍ପ୍ରତିକ ସମୟରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଏହା ଜାଣି ସେ ବେଶ୍ ଦୁଃଖିତ। କୋଭିଡ୍ କାଳରେ ଆଇପିଏଲ୍ ଜାରି ରଖିବା ଠିକ୍ କି ନୁହେଁ ସେ ନେଇ ଅନେକ ଆଲୋଚନା ହୋଇଛି। ମୋତେ କୁହାଯାଇଥିଲା ଯେ କରୋନା ଏବଂ ଲକଡାଉନ୍ ର ଏହି କଠୋର ସମୟରେ ଆଇପିଏଲ୍ ଲୋକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ପାଲଟିଛି ବୋଲି ଭାରତ ସରକାର ବିଶ୍ବାସ କରନ୍ତି ।

କମିନ୍ସ କହିଛନ୍ତି, “ଖେଳାଳି ଭାବରେ ଆମର ଏକ ପ୍ଲାଟଫର୍ମ ଅଛି ଯେଉଁଥିରୁ ଆମେ ସହଜରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରିବା। ଆମେ ଏହି ପ୍ଲାଟଫର୍ମକୁ ଭଲ କାମ ପାଇଁ ବ୍ୟବହାର କରିପାରିବା। ଏହାକୁ ଧ୍ୟାନରେ ରଖି ବିଶେଷକରି ଭାରତର ହସ୍ପିଟାଲ ଗୁଡ଼ିକୁ ଅକ୍ସିଜେନ ଯୋଗାଣ ପାଇଁ ମୁଁ “ପିଏମ୍ କେୟାର୍ସ ଫଣ୍ଡ “କୁ ଯୋଗଦାନ କରିଛି। । ମୁଁ ମୋର ଆଇପିଏଲ ସାଥୀମାନଙ୍କୁ ଏ ଦିଗରେ ସହଯୋଗ କରିବାକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନର କହିଛନ୍ତି ।

Comments are closed.