ନିର୍ବାଚନ କମିଶନ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ବିଧାନସଭା ନିର୍ବାଚନ ବେଳେ କୋଭିଡ୍ ପ୍ରୋଟୋକଲ ଉଲ୍ଲଂଘନ ନେଇ ମାଡ୍ରାସ ହାଇକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଛନ୍ତି । ଏପରିକି ମୁଖ୍ୟ ବିଚାରପତି କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ କମିଶନ ଦାୟୀ। ମେ ୨ ତାରିଖରେ ଭୋଟ୍ ଗଣନା ପାଇଁ କୋଭିଡ ପ୍ରୋଟୋକଲ ପ୍ରସ୍ତୁତ ଏବଂ ପାଳନ କରିବାକୁ ସେ ଆୟୋଗଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଏହା ନହୁଏ ତେବେ ଭୋଟ୍ ଗଣତିି ଉପରେ ରୋକ୍ ଲଗାଇବାକୁ ବାଧ୍ୟ ହେବୁ ବୋଲି ହାଇକୋର୍ଟ କହିଛନ୍ତି ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ନିର୍ବାଚନ କମିଶନଙ୍କୁ ବିରକ୍ତ ହୋଇ ପଚାରିଥିଲେ, ଯେତେବେଳେ ନିର୍ବାଚନୀ ରାଲି ହେଉଥିଲା, ସେତେବେଳେ ଆପଣ କ’ଣ ଅନ୍ୟ ଗ୍ରହରେ ଥିଲେ ? ରାଲି ସମୟରେ ଆପଣ କୋଭିଡ ପ୍ରୋଟୋକଲ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି । ସାମାଜିକ ଦୂରତା ବିନା ନିର୍ବାଚନ ରାଲି ଜାରି ରହିଥିଲା | ଆଜିର ପରିସ୍ଥିତି ପାଇଁ ନିର୍ବାଚନ କମିଶନ ହିଁ ଦାୟୀ । କରୋନାର ଦ୍ୱିତୀୟ ଲହରୀ ପାଇଁ ଏହି ସଂସ୍ଥା ହିଁ ଦାୟୀ । ନିର୍ବାଚନ କମିଶନର ଅଧିକାରୀମାନଙ୍କ ବିରୋଧରେ ବୋଧହୁଏ ହତ୍ୟା ମାମଲା ରୁଜୁ କରାଯିବା ଉଚିତ୍।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ହେବ।

Comments are closed.